ଆଦିବାସୀ ସମାଜ ବିଷମକଟକ ତାରିଖ:୨୬.୦୧.୨୦୨୫(ରବିବାର) ସ୍ଥାନ:ବଣ୍ଡିଛୁଆଁ,ପଞ୍ଚାୟତ:ଡୁକୁମ -------------------------------------------- ଅଦ୍ୟ ତା ୨୬.୦୧.୨୦୨୫ ରିଖ ରବିବାର ଦିନ ୧୦.୦୦ ଘଟିକା ସମୟରେ ଡୁକୁମ ଗ୍ରାମ ପଞ୍ଚାୟତର,ବଣ୍ଡିଛୁଆଁ ଗ୍ରାମର ତେନ୍ତୁଳିଗଛ ତୁଟାଠାରେ ସମାଜର ବୁଦ୍ଧିଜୀବୀ ଶ୍ରୀ ରୁମା ହୁଇକାଙ୍କ ସଭାପତିତ୍ବରେ ଆଦିବାସୀ ସମାଜ ବିଷମକଟକ ପକ୍ଷରୁ କମିଟି ଚୟନ ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା । ବୈଠକ ଆରମ୍ଭ କରିବା ପାଇଁ ବଣ୍ଡିଛୁଆଁ ଗ୍ରାମର ମାଁ ଝାଙ୍କିରୀ ଆୟା ଓ ଶ୍ରୀ ଶ୍ରୀ ଶ୍ରୀ ବୁଢ଼ାରଜା,ମାଁ ଆଲମତି,ମାଁ ଫୁଲମତି ଙ୍କୁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୂଜାଅର୍ଚ୍ଚନା କରି ଆଶୀର୍ବାଦ ନିଆ ଯାଇଥିଲା । ଶ୍ରୀ ବିଦ୍ୟାଧର ବ୍ରେଡେକା ଓ ସୁରେଶ କୁମାର ମିଣିଆକା ସଭାକୁ ପରିଚାଳନା କରିଥିଲେ । ଶ୍ରୀ ସୁଶାନ୍ତ ତୋଇକା ଉପସ୍ଥିତ ସମସ୍ତଙ୍କୁ ଆଜିର ବୈଠକଟିକୁ ସ୍ବାଗତ ଜଣାଇ ଆଗେଇ ନେଇଥିଲେ । ଶ୍ରୀ ପରମାନନ୍ଦ ହୁଇକା ଆଜି ଏକତ୍ରିତ ହୋଇ ବୈଠକ କରିବା ଓ ସଂଘକୁ ପରିଚାଳନା କରିବା ପାଇଁ କମିଟି ନିହାତି ଆବଶ୍ୟକ ବୋଲି ଉଦାହରଣ ଦେଇ ବୁଝାଇଥିଲେ । ଶ୍ରୀ ଅକ୍ଷୟ କୁମାର ମାଣ୍ଡିକା କମିଟି ଚୟନ ପ୍ରକିୟାକୁ ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ ସଭାପତି,ସମ୍ପାଦକ,କୋଷାଧ୍ଯକ୍ଷ,ଉପ ସଭାପତି -୩, ଯୁଗ୍ମ ସମ୍ପାଦକ -୨, ଉପ କୋଷାଧ୍ଯକ୍ଷ -୨,କାର୍ଯ୍ୟକାରୀ କମିଟି ପାଇଁ ପ୍ରସ୍ତାବ ଦେବା ସହ ସମର୍ଥନ କରିବା ପାଇଁ କହିଥିଲେ । ଗୋଟି ଗୋଟି କରି ସମସ୍ତ ପଦବୀ ପାଇଁ ମନୋନୀତ କରାଯାଇଥିଲା । ନୂତନ କମିଟିର ସଭାପତି ଶ୍ରୀ ସୁଶାନ୍ତ ତୋଇକା ,ସମ୍ପାଦକ ଶ୍ରୀ ପବିତ୍ର ମୋହନ ସାରକା,କୋଷାଧ୍ଯକ୍ଷ ଶ୍ରୀ ଅକ୍ଷୟ କୁମାର ମାଣ୍ଡିକା ,ଉପ ସଭାପତି ଶ୍ରୀ ଅଭି କଲକା,ଶ୍ରୀ ଦୀନବନ୍ଧୁ ଉର୍ଲାକା,ଶ୍ରୀମତୀ ଶର୍ମିଳା ହିକକା,ଯୁଗ୍ମ ସମ୍ପାଦକ ଶ୍ରୀ ରାମାରାଓ ପ୍ରାସ୍କା ,ଶ୍ରୀ ମିଶ୍ର କାଡ୍ରାକା, ଉପ କୋଷାଧ୍ଯକ୍ଷ ଶ୍ରୀ ସହଦେବ ମାଣ୍ଡିକା ଓ ଶ୍ରୀ ଭବାନୀ ବିଡିକାଙ୍କୁ ପ୍ରସ୍ତାବ ଓ ସମର୍ଥନ ଜଣାଇ କମିଟି ଚୟନ କରାଯାଇଥିଲା । ବୈଠକର ପରିଚାଳକଙ୍କ ଅନୁରୋଧ କ୍ରମେ ଶ୍ରୀ ନବୀନ କୁମୃକା ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିଭିନ୍ନ ପ୍ରକାରର ଉଦାହରଣ ଦେଇ ଆମ ସମାଜର କଳା ଓ ସଂସ୍କୃତି,ପରମ୍ପରା, ଭାଷା ଓ ପରିଚୟକୁ କେମିତି ବଞ୍ଚାଇ ରଖିବା ଏବଂ ଆମ ସମାଜ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ କେମିତି ସୁଦୃଢ଼ ହେବ ବୋଲି ବୁଝାଇଥିଲେ ଏବଂ ସଂଗଠନକୁ ମଜବୁତ୍ କରିବା ପାଇଁ ଆଦିବାସୀ ସେନା,ସମାଜର ବିଭିନ୍ନ ପ୍ରକାରର କଳା ଓ ଦକ୍ଷତାକୁ ଆଗେଇ ନେବା ପାଇଁ ଆଦିବାସୀ ଦଳ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । *ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ବିଦ୍ୟାଧର ବ୍ରେଡ଼େକା ଆଦିବାସୀ ଦଳର ଦଳପତି ଚୟନ ପାଇଁ ମତ ସଂଗ୍ରକ କରି ଉପସ୍ଥିତ ସମସ୍ତଙ୍କ ସହମତି କ୍ରମେ ଶ୍ରୀ ପରମାନନ୍ଦ ହୁଇକାଙ୍କୁ ଦଳପତି ଓ ଆଦିବାସୀ ସେନାର ସେନାପତି ଭାବେ ଶ୍ରୀ ମୋହନ ହୁଇକ






 

Post a Comment

Previous Post Next Post