ଆଦିବାସୀ ସମାଜ ବିଷମକଟକ(ASB) ତା:୦୪.୦୩.୨୦୨୫ ରିଖ ମଙ୍ଗଳବାର----------------- ଆଦିବାସୀ ସମାଜ ବିଷମକଟକ ସଂଘ ତରଫରୁ ଆମ ବିଷମକଟକ ବ୍ଲକର ୨୧ ଗୋଟି ଗ୍ରାମ ପଞ୍ଚାୟତରେ ଯେକୌଣସି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ସଟ୍ଟାଖେଳ,ଗୁଡ଼ୁଗୁଡ଼ାଖେଳ,ଜୁଆଖେଳ,ଅଶ୍ଳୀଳ ନାଚ ଏବଂ ମଦ୍ୟପାନ କରି ଯାତ୍ରା ଯିବା ସମ୍ପୂର୍ଣ୍ଣ ବନ୍ଦ ପାଇଁ କମିଟିର ସମସ୍ତ ସଦସ୍ଯ/ସଦସ୍ଯା ବିଷମକଟକ ଥାନାକୁ ଯାଇ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଆଦିବାସୀ ସମାଜ ବିଷମକଟକ ପ୍ରଶ୍ନ କରିଛି କି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ଗୁଡ଼ୁଗୁଡ଼ାଖେଳ,ସଟ୍ଟାଖେଳ,ଜୁଆଖେଳ ଓ ଅଶ୍ଳୀଳ ନାଚ ପାଇଁ ସରକାରଙ୍କର ନିୟମ ରହିଛି କି❓ ବିଷମକଟକ ଥାନା ଅଧିକାରୀ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି କି ସରକାରଙ୍କର ସେମିତି କୌଣସି ନିୟମ ନାହିଁ । ଭାରପ୍ରାପ୍ତ ଥାନା ଅଧିକାରୀ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । କୌଣସି ଯାତ୍ରା,ମେଳା ଓ ମହୋତ୍ସବରେ ମଦ ବିକ୍ରି,ସଟ୍ଟାଖେଳ,ଗୁଡ଼ୁଗୁଡ଼ାଖେଳ,ଜୁଆଖେଳ,ଅଶ୍ଳୀଳ ନାଚ ଓ ମଦ୍ୟପାନକାରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । 🙏ଜୟ ଜୁହାର ଜୟ ଆଦିବାସୀ🙏
ADIVASI SAMAJ BISSAMCUTTACK
-
0




